ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କମ୍ବାଟ ହେଲିକପ୍ଟରକୁ ସେନାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୯/୧୧: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କମ୍ବାଟ (ହାଲୁକା ଓ ଲଢୁଆ) ହେଲିକପ୍ଟରକୁ ସେନାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାନ୍‌ସୀ ରାଷ୍ଟ୍ରରକ୍ଷା ସମର୍ପଣ ପର୍ବରେ ଲଢୁଆ ହେଲିକପ୍ଟର ସେନାର୍ପିତ ହୋଇଛି। ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଥିବା ଓ ବିଇଏଲ ଦ୍ୱାରା ନିର୍ମିତ ଉନ୍ନତ ମାନର ହେଲିକପ୍ଟର ଭାରତୀୟ ବାୟୁସେନା ହାତକୁ ଆସିଛି ।

ହିନ୍ଦୁସ୍ତାନ ଏରୋନଟିକ ଲି. ନିର୍ମିତ ଲଢୁଆ ହେଲିକପ୍ଟର ୨ ଇଂଜିନ ବିଶିଷ୍ଟ LCH, ୫୦୦୦ ମିଟର ଉପରେ ଅବତରଣ କ୍ଷମତା ରହିଛି। ୧୫ରୁ ୧୬ ହଜାର ଫୁଟ ଉପରେ ଉଡ଼ାଣ କରିବାକୁ ସକ୍ଷମ ରଖିଛି LCH । ଏହାସହ ମାଇନସ୍ ୫୦ ଡିଗ୍ରୀ ବରଫାବୃତ ଅଞ୍ଚଳ ଓ ୫୦ ଡିଗ୍ରୀ ଉତ୍ତପ୍ତ ମରୁଭୂମିରେ ବି ଅବତରଣ କରିପାରିବ LCH ।  ଆକାଶରୁ ଆକାଶ ଓ ଆକାଶରୁ ସ୍ଥଳକୁ ମିଜାଇଲ ନିକ୍ଷେପ କରିପାରିବ LCH।