ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬/୧୧: ଉତ୍ତରପ୍ରଦେଶ ସୁଲତାନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି । ଏହାର ରନୱେ ୩ କିଲୋମିଟରର ରହିଥିବା ବେଳେ ଲମ୍ବ ୩୪୧ କିଲୋମିଟର ରହିଛି । ୮ଘଣ୍ଟା ୩୦ ମିନିଟରେ ନୋଏଡାରୁ ଗାଜିପୁରରେ ପହଞ୍ଚି ହେବ । ଏହାଦ୍ୱାରା ଲକ୍ଷ୍ନୌଠାରୁ ଗାଜିପୁର ଯିବା ପାଇଁ କୌଣସି ସ୍ଥାନରେ ରହିବାକୁ ପଡିବନି । ୨୨ ହଜାର ୪୯୪ କୋଟି ଟଙ୍କା ବ୍ୟୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ତିଆରି କରାଯାଇଛି । ଏଥିରେ ୧୮ଟି ଫ୍ଲାଏଓଭର ଓ ୭ଟି ରେଲୱେ ବ୍ରିଜ ରହିଛି। ସେହିପରି ୧୩ଟି ଇଂଟରଚେଂଜ ଓ ୮ଟି ଟୋଲ ପ୍ଲାଜା ରହିଛି। ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଂଟ ବ୍ୟବସ୍ଥା କରାଯିବା ସହ ସେଠାରେ ପଶୁ ପକ୍ଷୀ ଯେପରି ନଆସିପାରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଜରୁରୀସ୍ଥିତିରେ ଏଠାରେ କୌଣସି ବି ବିମାନ ଓହ୍ଲାଇପାରିବ ଓ ବିମାନ ଅବତରଣ ସମୟରେ ରାସ୍ତାର ଟ୍ରାଫିକକୁ ଅଟକାଇବାକୁ ପଡିବ ନାହିଁ।