କେଦାରନାଥରେ  ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୫/୧୧: କେଦାରନାଥରେ  ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରତିମୂର୍ତ୍ତି ତଳେ ମଧ୍ୟ ଧ୍ୟାନ କରିଛନ୍ତି। ସେହିପରି କେଦାରନାଥଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ  ସମ୍ବୋଧନ ଦେଇ କହିଛନ୍ତି ଯେ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ । ଭାରତରେ ପ୍ରାଚୀନ କାଳରୁ ଋଷି ପରମ୍ପରା ରହି ଆସିଛି। ମହାନ ସନ୍ଥ ପରମ୍ପରା ସହ ଜଡ଼ିତ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛୁ ବୋଲି ମୋଦି କହିଛନ୍ତି।