ଟିକାକରଣରେ ଐତିହାସିକ ସଫଳତା ନୂଆ ଭାରତର ପରିଚୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୨/୧୦: ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ ୧୦୦ କୋଟି ଡୋଜ ଟିକାକରଣ ସଫଳତା ହେଉଛି ଦେଶବାସୀଙ୍କ ସଫଳତା। ଟିକାକରଣରେ ଐତିହାସିକ ସଫଳତା ନୂଆ ଭାରତର ପରିଚୟ ବୋଲି ସେ କହିଛନ୍ତି। ଟିକା ସଂକଟର ମୁକାବିଲାରେ ଭାରତ ସଫଳ ହୋଇଛି।  ସମସ୍ତଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଏ ସଫଳତା ସମସ୍ତ ଦେଶବାସୀଙ୍କ ସଫଳତା। ସବ୍ କା ସାଥ୍, ସବ୍ କା ବିଶ୍ୱାସ, ସବ୍ କା ପ୍ରୟାସର ଏହା ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।