ଗାଁ ଉପରେ ଅଧିକ ଫୋକସ କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮/୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ କରୋନା ମୁକାବିଲା ନେଇ ସମୀକ୍ଷା କରିିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମନ୍ତ୍ର ଦେଇଛନ୍ତି । ଗାଁ ଉପରେ ଅଧିକ ଫୋକସ କରିବାକୁ ସେ କହିଛନ୍ତି । ଏହାସହ ଟେଷ୍ଟିଂ ବଢାଇବା ସହ ଲୋକାଲ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି। ଟିକା କଳାବଜାରୀ ରୋକିବା ସହ ଲୋକଙ୍କୁ ବେଡ୍ ସୂଚନା ଦେବା ପାଇଁଁ ସେ କହିଛନ୍ତି। ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା । ଗାଁକୁ କରୋନା ମୁକ୍ତ ରଖିବାକୁ ଲୋକେ ନିଜେ ସଂକଳ୍ପ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।