୧୦୦ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ, ୩/୫:ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ସମୀକ୍ଷା ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ୧୦୦ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ । କୋଭିଡ୍ ରାଷ୍ଟ୍ରୀୟ ସେବା ସମ୍ମାନରେ ସେମାନଙ୍କୁ ସମ୍ମାନିତ କରାଯିବ । ମେଡିକାଲ ଛାତ୍ରଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜିତ କରାଯିବ । ଏହାସହ ରେମଡେସିଭିର ଓ ଅକ୍ସିଜେନ୍ ଉପକରଣ ଉପରେ ଜିଏସଟି ହଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।