ଲକଡାଉନକୁ ରାଜ୍ୟ ଗୁଡିକ ଶେଷ ବିକଳ୍ପ ଭାବେ ଗ୍ରହଣ କରନ୍ତୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୦/୪: ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହାରିମଧ୍ୟରେ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ କରୋନାର ୨ୟ ଲହର ତୁଫାନ ଭଳି ଆସୁଛି। ତେଣୁ କରୋନାକୁ ହରେଇବାକୁ ହେଲେ ଲକଡାଉନକୁ ରାଜ୍ୟ ଗୁଡିକ ଶେଷ ବିକଳ୍ପ ଭାବେ ଗ୍ରହଣ କରିବା ଉଚିତ।

ଅନ୍ୟପଟେ ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଅକ୍ସିଜେନ ଅଭାବ ଦୂର ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟମାନଙ୍କରେ ଅକ୍ସିଜେନ ଉତ୍ପାଦନ ପାଇଁ ପ୍ରୟାସ ଜାରି ରହିବା ସହ ହସ୍ପିଟାଲରେ ବେଡ ସଂଖ୍ୟା ବଢାଯାଉଛି।
ସହରର ଆବଶ୍ୟକତା ଦେଖି ବଡ ବଡ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରୀ ହସ୍ପିଟାଲରେ ମାଗଣାରେ ଟୀକା ଜାରି ରହିବ। ଆମେମାନେ ମିଳିମିଶି ପ୍ରୟାସ କଲେ ଜୀବନ ବଞ୍ଚାଇବା ହେବ। ଜୀବୀକାକୁ କମ ପ୍ରଭାବିତ କରି ଜୀବନ ବଞ୍ଚାଇବା ରାଜ୍ୟକୁ ସେ ଅନୁରୋଧ କରିିିଛନ୍ତି। ଶ୍ରମିକଙ୍କୁ ସାହାଯ୍ୟ କରନ୍ତୁ ଓ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ଦିଅନ୍ତୁ। ଖୁବଶୀଘ୍ର ସେମାନଙ୍କୁ ଟୀକା ଦିଆଯିବ।

ଦେଶର ଔଷଧ କଂପାନୀଗୁଡ଼ିକ ଠାରୁ ସହଯୋଗ ନିଆଯାଉଛି। ଆମ ପାଖରେ ବଡ଼ ବଡ଼ ଔଷଧ କଂପାନୀ ଅଛନ୍ତି। ଏହାସହ ବିଶ୍ୱର ସବୁଠୁ ଶସ୍ତା ଭ୍ୟାକସିନ୍ ଭାରତରେ ହିଁ ମିଳୁଛି ବୋଲି ସେ କହିଛନ୍ତି।