ରେଳ କାର୍ଯ୍ୟାଳୟ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯/୩: କୋଲ୍‌କାତା ନୂଆ କୋଇଲାଘାଟ ରେଳ କାର୍ଯ୍ୟାଳୟ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ମୃତାହତଙ୍କ ପାଇଁ PMNRFରୁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ ଯେ କୋଲ୍‌କାତା ନୂଆ କୋଇଲାଘାଟ ରେଳ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୯ରେ ପହଂଚିଛି। ମୃତକଙ୍କ ମଧ୍ୟରେ ୪ ଅଗ୍ନିଶମ କର୍ମଚାରୀ ଓ ୨ RPF ଯବାନ, ଜଣେ ପୋଲିସ ASI ଓ ଅନ୍ୟ ୨ ଜଣ ବ୍ୟକ୍ତି ରହିଛନ୍ତି।