ଜ୍ଞାନ ଓ ବିଜ୍ଞାନର ବିକାଶ ଘଟାଇଛି ବେଙ୍ଗଲର ମାଟି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭/୩: କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଦେଇ କହିଛନ୍ତି ଯେ ଜ୍ଞାନ ଓ ବିଜ୍ଞାନର ବିକାଶ ଘଟାଇଛି ବେଙ୍ଗଲର ମାଟି । ଏହାସହ ପଶ୍ଚିମବଙ୍ଗ ଭାରତର ଗୌରବ ବୃଦ୍ଧି କରିଛି। ବେଙ୍ଗଲର ଲୋକମାନେ ମମତା ଦିଦିଙ୍କୁ ଭରସା କରିଥିଲେ । ମାତ୍ର ମମତା ଦିଦି ଲୋକମାନଙ୍କ ଭରସା ଭାଙ୍ଗି ଦେଇଛନ୍ତି । ଆଜି ଆମ ସହ ମିଥୁନ ଚକ୍ରବର୍ତ୍ତୀ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗରେ ସମସ୍ତ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।