ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ୱର, ୯/୩: ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ-ଇଡକୋ ମଧ୍ୟରେ ଏମଓୟୁ ସ୍ଵାକ୍ଷର ହୋଇଛି। ଏହି ପ୍ଲାଷ୍ଟିକ ପାର୍କ ପାଇଁ ଆନୁମାନିକ ୧୦୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ୧୨୦ ଏକର ଜମିରେ ନିର୍ମାଣ ହେବ ।