ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ସାବଧାନ !

ଭୁବନେଶ୍ୱର,୧୦/୦୧: ସାବଧାନ । ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ହୋଇପାରେ ସମସ୍ୟା । ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଆମେରିକାର ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନ୍‌ସର ଗବେଷକଙ୍କ ଏକ ଟିମ୍‌ ଦ୍ବାରା କରାଯାଇଥିବା ଗବେଷଣାରେ ଏହା ଜଣାଯାଇଛି ଯେ ପାଣିରେ ମିଳୁଥିବା ପ୍ଲାଷ୍ଟିକ୍‌ ଖଣ୍ଡର ଆକାର ୧ ମାଇକ୍ରୋମିଟର ଅଟେ, ଅର୍ଥାତ୍‌ ମଣିଷର ବାଳର ୭ ଭାଗରୁ ୧ ଭାଗ ଅଟେ। ୧ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍‌ ଅଣୁ ମିଳିଥାଏ। ପୂର୍ବେ ପ୍ଲାଷ୍ଟିକ୍‌ ବୋତଲରେ ଯେତିକି ପ୍ଲାଷ୍ଟିକ୍‌ ରହୁଥିବା ଅନୁମାନ କରାଯାଉଥିଲା, ବର୍ତମାନ ହୋଇଥିବା ଗବେଷଣାରେ ଏହାଠାରୁ ୧୦୦ଗୁଣ ଅଧିକ ପ୍ଲାଷ୍ଟିକ୍‌ ଖଣ୍ଡ ମିଳିଛି।