ତାଞ୍ଜାନିଆରେ ଅବତରରଣ ପୂର୍ବରୁ ଲେକରେ ଖସି ପଡ଼ିଲା ବିମାନ

ନୂଆଦିଲ୍ଲୀ,୬/୧୧: ତାଞ୍ଜାନିଆରେ ବିମାନ ଦୁର୍ଘଟଣା ଘଟିଛି । କ୍ୟାପିଟାଲ ସିଟି ଦାର୍-ଏସ୍- ସଲାମରୁ ଲେକସାଇଡ୍ ସିଟି କାଗେରା ବିମାନ ବନ୍ଦରକୁ ଆସୁଥିବା ବିମାନଟି ଅବତରରଣ ପୂର୍ବରୁ ଭିକ୍ଟୋରିଆ ଲେକରେ ଖସିପଡିଛି । ଏଥିରେ ମୋଟ ୪୯ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟ ୨୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଯୋଗ୍ୟ ଯେ ତାଞ୍ଜାନିଆ ବ୍ରଡକାଷ୍ଟିଂ କର୍ପୋରେସନ୍ (ଟିବିସି) କହିଛି, “ରାଜଧାନୀ ଡାର୍ ଏସ୍ ସଲାମରୁ ଉଡ଼ାଣ ଭରିଥିବା ଏହି ବିମାନଟି ଆଜି ସକାଳେ ଝଡ଼ ଏବଂ ପ୍ରବଳ ବର୍ଷା ହେତୁ ଭିକ୍ଟୋରିଆ ହ୍ରଦରେ ପଡ଼ିଯାଇଥିଲା।