ମଧ୍ୟପ୍ରଦେଶରେ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ, ୨୧/୧୦: ଆଜି ମଧ୍ୟପ୍ରଦେଶ ସ୍ଥିତ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସକାଳେ ଗ୍ୱାଲିଅର ମହାରାଜପୁର ଏୟାରବେସରୁ ଏକ ଟ୍ରେନିଂ ଚାଲିଥିବା ସମୟରେ ବିମାନଟି ଉଡାଣ ଭରିଥିଲା । ପରେ ପାଖରେ ଥିବା ଏକ ଖୋଲାପଡ଼ିଆରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଗଳି ପଡ଼ିଥିଲା । ବିମାନଟି ସମ୍ପୁର୍ଣ୍ଣ ଜଳିଯାଇ ଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ଆଇଏଫଏଫ ତଦନ୍ତ ଜାରି ରଖିଛି।