ପଞ୍ଚକୁଲାରେ ଭାରତୀୟ ବାୟୁସେନାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର, ୦୭/୦୩: ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଆଜି ହରିୟାଣାର ପଞ୍ଚକୁଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଲିମ ଉଡ଼ାଣ ପାଇଁ ବିମାନଟି ଅମ୍ବାଲା ଏୟାରବେସରୁ ଉଡ଼ାଣ ଭରିଥିଲା। ପାଇଲଟ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚକୁଲା, ମୋରନିର ପାହାଡ଼ିଆ ଅଞ୍ଚଳର ବାଲଡୱାଲା ଗାଁ ନିକଟରେ ଏହି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଲଢୁଆ ବିମାନର ପାଇଲଟ ପାରାସୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

 

Leave a Reply

Your email address will not be published. Required fields are marked *