ନୂଆଦିଲ୍ଲୀ,୨୫/୧୨:ଆଜି କଜାକିସ୍ତାନରେ ଏକ ଭୟଙ୍କର ଘଟଣା ଘଟିଛି । ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ଆଜି ଔଜରବେନରୁ ରୁଷ ଯାଉଥିବେଳେ କଜାକିସ୍ତାନରେ ଦୁର୍ଘଟଣାର ଶିକାର ହୋଇଛି ଏହି ଯାତ୍ରୀବାହୀ ବିମାନ । ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ ହୋଇଥିଲା । ବିମାନରେ ଥିବା ଶହେରୁ ଅଧିକ ଯାତ୍ରୀରୁ
୫୦ରୁ ଅଧିକ ମୃତ ଓ ଅନେକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଉଚ୍ଚ ଆକାଶରେ ବିମାନ ଉଡାଣ କରୁଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ ପାଇଲଟ । ଜରୁରୀ ଅବତରଣ ପାଇଁ ବିମାନବନ୍ଦରକୁ ଅନୁମତି ମଧ୍ୟ ମାଗିଥିଲା । ତେବେ ଖରାପ ପାଣିପାଗ ପାଇଁ ଅବତରଣ ପାଇଁ ଅନୁମତି ନମିଳିବାରୁ ଶେଷରେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଋଷିଆ ଓ କଜାକିସ୍ତାନ ସରକାର ମିଳିତ ଭବେ ଉଦ୍ଧାର କରିଛନ୍ତି ।