ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କୁ ଆଡଭୋକେଟ୍ ଜେନେରାଲ ଭାବେ ମିଳିଲା ନିଯୁକ୍ତି

ଭୁବନେଶ୍ୱର,୧୯/୦୭: ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କୁ ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାର ପିତାମ୍ୱର ଆଚାର୍ୟ୍ୟଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ତୁରନ୍ତ ଏହି ନିର୍ଦ୍ଦେଶନାମା କାର୍ୟ୍ୟକାରୀ କରିବା ପାଇଁ ଆଇନବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ମାସେ ପୁରିଲାଣି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କ ନାଁରେ ମୋହର ମାରିଛନ୍ତି ମୋହନ ସରକାର।