ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର, ୩/୫: ରାଜ୍ୟରେ ଦିନକୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୬ରେ ହେବାକୁ ଥିବା ପୁରୀର ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ନିର୍ବାଚନ ସ୍ଥଗିତ ରଖିଛନ୍ତି ଭାରତୀୟ ନିର୍ବାଚନ କମିସନ ।  ପିପିଲି ଉପନିର୍ବାଚନ ସ୍ଥଗିତ ନେଇ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।