ପିପିଲି ଉପନିର୍ବାଚନ, ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୦୪: ପୁରୀ ପିପିଲି ଉପନିର୍ବାଚନ ପାଇଁ ଡେଲାଙ୍ଗ ବ୍ଲକ୍‌ର ରେଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲି କରିଛନ୍ତି। ଏହି ରାଲିରେ ହଜାର ହଜାର ମହିଳା ଭୋଟର ସାମିଲ ଅଛନ୍ତି। ଏହାସହ ଭିସି ଜରିଆରେ ପିପିଲି ଓ ଡେଲାଙ୍ଗବାସୀଙ୍କୁ ନବୀନ ଉଦ୍‌ବୋଧନ ଦେଇ କହିଛନ୍ତି ଯେ କୋଭିଡ୍‌ ପାଇଁ ଯାଇ ପାରିନି। କିନ୍ତୁ ପରେ ପିପିଲି ଯାଇ ଆପଣଙ୍କୁ ଦେଖା କରିବି।

ଉଲ୍ଲେଖ ଯୋଗ୍ୟ ଯେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଥିବାରୁ ସେଠାରେ ଉପନିର୍ବାଚନ ହେଉଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ।