ଆରପାରିରେ ଓଡ଼ିଆ ସିନେ ଜଗତର ଲୋକପ୍ରିୟ  ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୨/୩: ଓଡ଼ିଆ ସିନେ ଜଗତର ଲୋକପ୍ରିୟ  ଅଭିନେତା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଦୀର୍ଘ ମାସ ଧରି ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବାର ଥିଲା । ସେଥିପାଇଁ ସାରା ଓଲିଉଡ୍, ପିଣ୍ଟୁ ନନ୍ଦଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରିଥିଲେ । ହେଲେ ଅପରେସନ ପୂର୍ବରୁ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।