ଫୋନ ପେ ବ୍ୟବହାରକାରିଙ୍କୁ ଝଟକା , ଏଣିକି ମୋବାଇଲ ରିଚାର୍ଜ କଲେ ଦେବାକୁ ପଡିବ ଚାର୍ଜ

ନୂଆଦିଲ୍ଲୀ, ୨୩/୧୦: ଏବେ ପିଲାଠୁ ବୁଢା କିଛି କିଣିଲେ କିମ୍ବା କୌଣସି ପେମେଣ୍ଟ କରିବାକୁ ହେଲେ ସିଧା ସଳଖ ଟଙ୍କାର ବ୍ୟବହାର କରିବା ପରିବର୍ତ୍ତେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ ରିଚାର୍ଜ, ଏହିପରି ଅନେକ କାରବାର ଲୋକମାନେ ସିଧା ସଳଖ ଅନଲାଇନ ପେମେଣ୍ଟ କରୁଛନ୍ତି । ହେଲେ ଅନଲାଇନ ପେମେଣ୍ଟରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ହେଉଛି ଫୋନ ପେ । ଏବେ କିନ୍ତୁ ଫୋନ ପେ ବ୍ୟବହାରକାରି ମାନଙ୍କୁ ଝଟକା ଲାଗିଛି । କାରଣ ଫୋନ ପେ ରେ ଯଦି ଆପଣ ୫୦ ଟଙ୍କାରୁ ଅଧିକ ପ୍ୟାକ୍ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୧ ଟଙ୍କାରୁ ୨ ଟଙ୍କା ମଧ୍ୟରେ ପ୍ରଶସସିଙ୍ଗ ଚାର୍ଜ ଦେବାକୁ ହେବ । ହେଲେ ୫୦ ଟଙ୍କାରୁ ୧୦୦ ଟଙ୍କାର ରିଚାର୍ଜ ଉପରେ ୧ ଟଙ୍କା ଓ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ୨ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ରହିଛି ।