ପୁଣି ବଢ଼ିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ, ୨/୧୧: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଦେଶରେ ଆଜି ପୁଣି ୩୫ ପଇସା ବଢ଼ିଛି ପେଟ୍ରୋଲ ଦର ଓ ଡିଜେଲ ଦର ସ୍ଥିର ରହିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୮.୪୨ ଟଙ୍କା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୦.୪୯ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୧୦୧.୫୬ ଟଙ୍କା। ଅନ୍ୟପଟେ ଭୁବନେଶ୍ବରରେ  ପେଟ୍ରୋଲ ଦର ୧୧୧.୦୫ ଟଙ୍କା  ଥିବା ବେଳେ ଡିଜେଲ ଦାମ ୧୦୭.୩୮ ଟଙ୍କା ରହିଛି।