ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ସୀମାଞ୍ଚଳଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲେ ପୋଲିସ କମିସନର

ଭୁବନେଶ୍ୱର, ୨୯/୧୦: ଗତ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ବର ସ୍ଥିତ ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ଘଟିଥିଲା। ଆଜି ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡର DNA ରିପୋର୍ଟ ଆସିଛି। DNA ରିପୋର୍ଟ ଅନୁସାରେ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ସୀମାଞ୍ଚଳଙ୍କୁ ମିଶାଇ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ସୂଚନା ମିିଳିଛି। ସୀମାଞ୍ଚଳଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିସନର। ଅନ୍ୟପଟେ ପରିବାରକୁ କ୍ଷତିପୂରଣ ଦେବା ପାଇଁ IOCLକୁ ଜଣାଇଛି ପୋଲିସ। ଏହାସହ ବିସ୍ଫୋରଣର ତଦନ୍ତ ଚାଲି ଥିବା ବେଳେ ଖୁବ୍‌ ଶୀଘ୍ର ରିପୋର୍ଟ ଆସିବା ନେଇ କହିଛନ୍ତି କମିସନର ।