ନୂଆଦିଲ୍ଲୀ,୦୭/୦୪: କିଛି ସମୟ ପୂର୍ବରୁ ଚର୍ଚ୍ଚା ହୋଇଥିଲା ପେଟ୍ରୋଲ ଓ ଡିଜେଲ୍ ୨ ଟଙ୍କା ବଢିପାରେ । କିନ୍ତୁ ଏଥିରେ ଏବେ ପୂର୍ଣ୍ଣ୍ୟଚ୍ଛେଦ ପଡିଛି । ବଢିବନି ପେଟ୍ରୋଲ ଓ ଡିଜେଲ୍ ଦର । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ଅଶୋଧିତ ତୈଳର ଅନ୍ତର୍ଜାତୀୟ ମୂଲ୍ୟରେ ଅସ୍ଥିରତା ରହିଛି । ଏପରି ପରିସ୍ଥିତିରେ, ତୈଳ ଦର ବୃଦ୍ଧି ପଦକ୍ଷେପ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ପକାଇଥାନ୍ତା । ବିଶେଷକରି ଯେଉଁମାନେ ପ୍ରତିଦିନ ଯାନରେ ଯାତ୍ରା କରନ୍ତି କିମ୍ବା ପରିବହନ କ୍ଷେତ୍ର ସହିତ ଜଡିତ ସେମାନଙ୍କୁ ଖୁବ୍ ବାଧିଥାନ୍ତା ।