ପୁଣି ଦେଶରେ ବଢ଼ିଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ, ୨୧/୧୦: ଦେଶରେ ଲଗାତାର ଭାବେ ଆକାଶ ଛୁଆଁ ହେବାରେ ଲାଗିଛି ତେଲ ଦର । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୬.୫୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୫.୨୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୧୨.୪୪ ଏବଂ ୧୦୩.୨୬ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ମଧ୍ୟ ବର୍ତ୍ତମାନ ପେଟ୍ରୋଲ ୧୦୭.୧୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୯୮.୩୮ ଟଙ୍କା ରହିଛି । ଆଜି ଚେନ୍ନାଇରେ ଏହି ତୈଳ ଦର ୧୦୩.୬୧ ଏବଂ ୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଅପରପକ୍ଷେ କେନ୍ଦ୍ର ସରକାର ତୈଳର ଚାହିଦା ଓ ଯୋଗାଣ ଜନିତ ସମସ୍ୟା ସମ୍ପର୍କରେ ବିଭିନ୍ନ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସହ କଥା ହୋଇଛନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏହି ମହଙ୍ଗା ତୈଳ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କୁହାଯାଉଛି ।