ଦେଶରେ ବଢି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ, ୨୮/୧୦: ଦେଶରେ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। କ୍ରମାଗତ ଭାବେ ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍। ଦିଲ୍ଲୀରେ ପେଟ୍ରୋଲ୍ ୧୦୮ ଟଙ୍କା ୨୯ ପଇସା ଥିବା ବେଳେ ଡିଜେଲ୍ ୯୭ ଟଙ୍କା ୨ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ୍ ୧୧୪ ଟଙ୍କା ୧୪ ପଇସା ଓ ଡିଜେଲ୍ ୧୦୫ ଟଙ୍କା  ୧୨ ପଇସା ରହିଛି।
ଭୁବନେଶ୍ୱରରେ ପେଟ୍ରୋଲ୍ ୧୦୯ ଟଙ୍କା ୨୫ ପଇସା ଓ ଡିଜେଲ୍ ୧୦୫ ଟଙ୍କା ୮୫ ପଇସା ରହିଥିବା ଜଣାପଡିଛି।