ଲଗାତାର ସପ୍ତମ ଦିନରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ, ୧୧/୧୦: ଦିନକୁ ଦିନ ତେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ବି ଦେଶ କରୋନା ସଂକଟରୁ ବାହାରି ପାରିନି। ଏହାରିମଧ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଗ୍ରାହକ ଙ୍କ ଉପରେ ଚଡକ ପଡିଛି। ଗତକାଲି ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିଲା । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୫ ପାର ହୋଇଥିବା ବେଳେ ମାଲକାନଗିରିରେ ଦର ୧୧୦ ଟଙ୍କା ୫୮ ପଇସା ଛୁଇଁଥିଲା । ତେବେ ଆଜି ମଧ୍ୟ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଁ ଲିଟର ପିଛା ଦର ୧୦୪ ଟଙ୍କା ୪୪ ପଇସାରେ ଓ ସେହିପରି ଡିଜେଲ ୩୫ ଟଙ୍କା ବୃଦ୍ଧି ପାଇଁ ୯୩ ଟଙ୍କା ୧୭ ପଇସାରେ ପହଞ୍ଚିଛି । ସେହିଭଳି ମୁମ୍ବାଇର ପେଟ୍ରୋଲ ଦର ୧୧୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୩ ପଇସା ରହିଛି ।