ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ,୫/୪:ଆଜି ପୁଣି ଥରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟରରେ ୮୦ ପଇସା ମହଙ୍ଗା ହୋଇଛି। ଗତ ୧୫ ଦିନ ଭିତରେ ୧୩ ଥର ବଢ଼ିଲାଣି ତେଲଦର।

ଏହି ୧୫ ଦିନରେ ଦେଶରେ ଲିଟର ପିଛା ତେଲଦର ୯ଟଙ୍କା ୨୦ ପଇସା ବୃଦ୍ଧି ପାଇଛି। ସୋମବାର ଦିନ ଲିଟର ପିଛା ତେଲ ଦର ୪୦ପଇସା ବୃଦ୍ଧି କରାଯାଇଛି।ଇନ୍ଧନ ଦର ବଢ଼ିବା ପରେ ପେଟ୍ରୋଲ ୧୦୪ଟଙ୍କା ୬୧ ପଇସା ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୯୫ଟଙ୍କା ୮୭ ପଇସା ବ୍ୟୟବହୁଳ ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୯ଟଙ୍କା ୬୭ ପଇସା ଥିବା ବେଳେ ଡିଜେଲ ୧୦୩ ଟଙ୍କା୯୨ ପଇସାରେ ବିକ୍ରି ହେଉଛି।