ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ,୩୧/୩: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି  ପେଟ୍ରୋଲ ଓ ଡିଜେଲ ଦର। ଏହାରିମଧ୍ୟରେ ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦିଲ୍ଲୀରେ ୮୦ ପଇସା, ମୁମ୍ବାଇରେ ୮୪, ଚେନ୍ନାଇରେ ୭୬ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୧.୮୧ ଟଙ୍କା, ଡିଜେଲ ୯୩.୦୭ ଟଙ୍କା ଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୬.୭୨ ଟଙ୍କା, ଡିଜେଲ ୧୦୦.୯୪ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୧୦୭.୪୫ ଟଙ୍କା, ଡିଜେଲ ୯୭.୫୨ ଟଙ୍କା ରହିଛି।ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୮.୬୩ ଟଙ୍କା, ଡିଜେଲ ୯୮.୪୦ ଟଙ୍କା, ମାଲକାନଗିରିରେ ପେଟ୍ରୋଲ ୧୧୪.୧୯ ଟଙ୍କା ଓ ଡିଜେଲ ୧୦୩.୭୮ ଟଙ୍କା ଓ କଳାହାଣ୍ଡିରେ ପେଟ୍ରୋଲ ୧୧୨.୦୬/- ଓ ଡିଜେଲ ୧୦୧.୭୪ ଟଙ୍କା ରହିଛି।