କମିଲା ପେଟ୍ରୋଲ ଓ ଡିଜେଲର ଦାମ, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ,୧୪/୦୩: ନିର୍ବାଚନ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବାକୁ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ କମିବା ପରେ ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି ।