କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେଙ୍କ ଦେହାନ୍ତ

ନୂଆଦିଲ୍ଲୀ,୩୦/୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । କର୍କଟରେ ପୀଡିତ ହୋଇ ଗତ ନଭେମ୍ବରରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏହି ବ୍ରାଜିଲ ଖେଳାଳୀ । ବିଶ୍ୱର ଏକମାତ୍ର ଖେଳାଳୀ ଭାବେ ଜିତିଛନ୍ତି ୩ ଫିଫା ବିଶ୍ୱକପ । ପେଲେ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ଗତ ବିଶ୍ବକପ୍ ମ୍ୟାଚ୍ ବେଳେ ସେ ହସପିଟାଲ ବେଡ୍‌ରେ ଥାଇ ବ୍ରାଜିଲ ଟିମ୍‌କୁ ଉତ୍ସାହିତ କରିଥିଲେ । ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଏହି ମହାନ ଖେଳାଳି ୯୨ ମ୍ୟାଚ୍‌ରେ ୭୭ ‌ଗୋଲ୍‌ ଦେଇ ସର୍ବକାଳୀନ ଗୋଲ୍‌ ସ୍କୋରର୍‌ ହେବାର ଗୌରବ ଅର୍ଜନ କରିଥିଲେ ।