ବିଜେପିରେ ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୨୯/୦୨: ବିଜେପିରେ ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେଇ ଖୁସି ଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।ଖୋର୍ଦ୍ଧା ଜିଲ୍ଲାର ଜଣେ ଟାଣୁଆ ନେତା ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ୨୦୧୪ ମସିହାରେ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେଡି ଚିଲିକାରୁ ଟିକେଟ୍ ଦେଇଥିଲା । ଆଉ ଚିଲିକାରୁ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେବେ ବିଜେପି କର୍ମୀଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନର ଦୀର୍ଘ ଦିନ ପରେ ମଧ୍ୟ ତାଙ୍କ ଉପରେ ସସପେଣ୍ଡ ପ୍ରତ୍ୟାହାର ନହେବାରୁ, ଏବେ ସେ ବିଜେପିରେ ସାମିଲ ହେଇଛନ୍ତି ।