ପେଟିଏମ୍ ପ୍ରାୟ ୧ ହଜାର କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଲୀ,୨୫/୧୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ବାରା ଅନେକ ଲୋକଙ୍କ ଚାକିରି ଚାଲିଯାଉଛି। ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । ସେମାନଙ୍କ କାମ ଏଆଇ କରିବ ବୋଲି କମ୍ପାନି କହୁଛି ।କମ୍ପାନିର ଅପରେସନ୍ ଟିମ୍, ସେଲ୍ସ ଟିମ୍ ସମେତ ଇଞ୍ଜିନିୟରିଂ ଟିମର ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଉଛି। ସେମାନଙ୍କ ସ୍ଥାନ ଏଆଇ ନେବ । ପାଖାପାଖି ୧ ମାସ ଧରି କଂପାନି ଏହାର କାର୍ଯ୍ୟରେ ପରିବର୍ତ୍ତନ ଉପରେ ଧ୍ୟାନ ଦେଉଛି। ପେଟିଏମ୍ କହିଛି ଯେ ଏଆଇ ର ବ୍ୟବହାର ଦ୍ୱାରା କମ୍ପାନୀର ଅଭିବୃଦ୍ଧି ସମ୍ଭାବନା ଆହୁରି ବୃଦ୍ଧି ପାଇପାରେ ।