ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୩/୧୨: ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ନୂଆ ଅପଡେଟ । ଏହି ମାମଲାରେ ସାକ୍ଷ୍ୟ ପ୍ରଦାନ ପାଇଁ ପାଟଣାଗଡ଼ କୋର୍ଟରେ ତତ୍କାଳୀଳ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ଅରୁଣ ବୋଥ୍ରା । ପାଟଣାଗଡ ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଆଜି ଶୁଣାଣି ହେବ । ଏଥିପାଇଁ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ଆସିଥିବା ସୂଚନା ମିଳିଛି । ୨୦୧୮ ଫେବ୍ର୍ରୁୟାରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ୨୬ ବର୍ଷୀୟ ଯୁବ ଇଞ୍ଜିନିୟର ସୌମ୍ୟଶେଖରଙ୍କ ବିବାହ ପରେ ପରେ ଉପହାର ଭାବେ ବୋମା ପଠାଇଥିଲା ଅଭିଯୁକ୍ତ ପୁଂଜିଲାଲ ମେହେର । ଯେଉଁଥିରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ପତ୍ନୀ। ଘଟଣାରେ ଗିରଫ ହୋଇ ଜେଲରେ ଅଛି ଅଭିଯୁକ୍ତ ପୁଜିଂଲାଲ ମେହେର ।

Leave a Reply

Your email address will not be published. Required fields are marked *