ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡା

ଭୁବନେଶ୍ୱର,୨୬/୦୪: ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡା । ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡିଥିଲେ ପର୍ଶୁରାମ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପର୍ଶୁରାମ । ଏହାସହ ପର୍ଶୁରାମଙ୍କର ଘରବାହୁଡା ହୋଇଛି ବୋଲି କହିଛନ୍ତି ମନମୋହନ ।

ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ପର୍ଶୁରାମ ଧଡା କହିଛନ୍ତି ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ବିଜେପିରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ । ୨୦୦୯ରେ ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୋଇଥିଲି । ପରେ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲି । ଏବେ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମୁଁ ଗ୍ରହଣ କରିବି ।