ସଂସଦରେ ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ,୧୮/୦୯: ଆଜି ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢା ନିଲମ୍ବିନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି । ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତନ କରିବାକୁ ବି ବିରୋଧୀ ଦାବି କରିଛନ୍ତି । ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହିସାରିଛନ୍ତି ।