ଲୋକସଭାରେ ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଗୃହୀତ

ନୂଆଦିଲ୍ଲୀ,୨୦/୧୨: ଲୋକସଭାରେ ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଗୃହୀତ ହୋଇଛି। ଏହି ୩ଟି ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ । ବାଚନିକ ଭୋଟରେ ଏହି ବିଲ୍ ଗୁଡ଼ିକ ଗୃହୀତ ହୋଇଛି । ସଂସଦର ୧୪୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏସବୁ ବିଲ୍ ଗୃହୀତ ହୋଇଛି। ଏସବୁ ବିଲ୍ ଆଇନରେ ପରିଣତ ହେବା ପରେ ସେଗୁଡ଼ିକ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ ।ଏହା ପୂର୍ବରୁ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା।