ସଂସଦରେ ହଙ୍ଗାମା ପାଇଁ ଶୀତକାଳୀନ ଅଧିବେଶନରୁ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ,୧୮/୧୨:ଆଜି ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ ଦଳମାନେ ହଙ୍ଗାମା କରିଥିଲେ। ଏନେଇ ମୋଟ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କିଛିଦିନ ପୂର୍ବେ ପୂରା ଅଧିବେଶନ ପାଇଁ ୧୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଅଧୀର ରଞ୍ଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟକୁମାର, ଅପୂର୍ବ ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ବଶିର, ଜି. ସେଲଭମ୍, ସିଏନ୍ ଆନ୍ନାଦୁରାଇ, ଡକ୍ଟର ଟି ସୁମତି, କେ. ନବସ୍କାନି, କେ ବୀରସ୍ୱାମୀ, ଏନ୍ କେ ପ୍ରେମଚନ୍ଦ୍ରନ, ସୌଗତ ରାୟ, ଶତାବ୍ଦୀ ରାୟ, ଅସିତ କୁମାର ମାଲ, କୌଶଲେନ୍ଦ୍ର କୁମାର, ଏନ୍ଟୋ ଆଣ୍ଟୋନି, ଏସ୍. ଏସ୍. ପାଲନାମିକମ୍, ଅବଦୁଲ ଖାଲିଦ, ଥିରୁଭାରୁସ୍କର (ଏସ୍.କେ. ତିରୁନାବୁକ୍କରସାର), ବିଜୟ ବସନ୍ତ, ପ୍ରତିମା ମଣ୍ଡଳ, କାକୋଲି ଘୋଷ, କେ ମୁରଲୀଧରନ, ସୁନୀଲ କୁମାର ମଣ୍ଡଳ, ଏସ ରାମଲିଙ୍ଗମ, କେ. ସୁରେଶ, ଅମର ସିଂ, ରାଜମୋହନ ଉନ୍ନିଥନ, ଗୌରବ ଗୋଗୋଇ ଏବଂ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଛି।