ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତାକଳୀନ ଅଧିବେଶନ

ନୂଆଦିଲ୍ଲୀ,୯/୧୧: ସଂସଦର ଶୀତାକଳୀନ ଅଧିବେଶନ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏନେଇ ସୂଚନା ଦେଇଛନ୍ତି । ଏହି ଶୀତକାଳୀନ ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ ।ସଂସଦର ଶୀତାକଳୀନ ଅଧିବେଶନରେ ମୁଖ୍ୟ ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ବିଧେୟକ ଉପରେ ଚର୍ଚ୍ଚା ହୋଇପାରେ । ଏହି ବିଧେୟକ ମୁତାବକ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ ଆୟୋଗ କ୍ୟାବିନେଟ ସଚିବ ପାହ୍ୟାର ସମକକ୍ଷ କରାଯିବା ନେଇ ସରକାର ପ୍ରସ୍ତାବ ରଖିବେ । ଡିସେମ୍ବର ୩ରେ ୫ ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ୪ ତାରିଖରେ ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି ।