ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮/୦୯: ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ତାଙ୍କ ଅଭିଭାଷଣରେ ଜି-୨୦ ଶିଖର ସମ୍ମିଳନୀ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି ଜି-୨୦ ବୈଠକର ସଫଳ ଆୟୋଜନ ଦେଶର ଗୌରବ ବଢାଇଛି । ଜି-୨୦ ଶିଖର ସମ୍ମିଳନୀର ସଫଳତା ଦେଶର ସଫଳତା ।ଆମର ସଂସ୍କାର ଯୋଗୁଁ ସାରା ବିଶ୍ୱରେ ଭାରତ ଏବେ ମିତ୍ରତା ଭୂମିକା ତୁଳାଉଛି । ପୁରଣାକୁ ଛାଡି ନୂଆ ଆଶା, ନୂଆ ସଂକଳ୍ପ ନେଇ ଆଗକୁ ବଢିବାର ସମୟ ଆସିଛି । ଐତିହାସିକ ପୁରୁଣା ସଂସଦ ଭବନ ଛାଡି ନୂଆ ସଂସଦ ଭବନକୁ ଯିବା ଭାବବିହ୍ୱଳ ମୁହୂର୍ତ୍ତ । ପୂରୁଣା ସଂସଦ ଭବନ ଦେଶର ଅନେକ ସ୍ୱପ୍ନ ପୂରଣ କରିଛି । ଐତିହାସିକ ପୁରୁଣା ସଂସଦ ନୂଆ ପୀଢିକୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।