ଡିସେମ୍ବର ୭ ରୁ ଶୀତକାଳୀନ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ,୧୯/୧୧: ଡିସେମ୍ବର ୭ ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ସେବେଠୁ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ବସିବାକୁ ଥିବା ଏହି ଶେଷ ଅଧିବେଶନର ମୋଟ୍ ୨୩ ଦିନ କାର୍ଯ୍ୟ ଦିବସ ରହିଛି । ସୂଚାନଯୋଗ୍ୟ ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ସେହିପରି ୨୦୧୭ ଏବଂ ୨୦୧୮ ମଧ୍ୟରେ ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବସିଥିଲା ।