ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ, ୩/୭: ଜୁଲାଇ ୧୯ରୁ ଆରମ୍ଭ ହେବାକୁ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍ ୧୯ଟି କାର୍ଯ୍ୟ ଦିବସ ରହିଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭିତରେ ସଂସଦ ଅଧିବେଶନ  ହେବାକୁ ଯାଉଛି । ପୂର୍ବ ପରି ସାଂସଦମାନେ ଉଭୟ ଗୃହରେ ଦୂରତା ରକ୍ଷା କରି ବସିବେ । କରୋନା ମହାମାରୀ କାରଣରୁ ଗତବର୍ଷ ଶୀତ ଅଧିବେଶନ ବସିନଥିଲା ।