ପ୍ୟାରିସ ଅଲିମ୍ପିକ୍ସ, ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ,୧/୦୮: ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଏହାସହ ପ୍ରଥମ ଥର ପାଇଁ ଏ ବର୍ଗରେ ଭାରତକୁ ମିଳିଲା ପଦକ । ସୁଚନା ଅନୁଯାୟୀ ଲଗାତାର ଦୁଇଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ବେଳେ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିଷ୍ଟଲ ମିକ୍ସ ଟିମ୍ ଇଭେଣ୍ଟରେ ବ୍ରୋଞ୍ଚ ମେଡାଲ ହାତେଇଛନ୍ତି।

କୋରିଆ ଯୋଡ଼ିକୁ ୧୬-୧୦ ପଏଣ୍ଟରେ ହରାଇ ଦୁହେଁ ମେଡାଲ ହାତେଇଥିବା ବେଳେ ଏହି ବିଜୟ ସହ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଥିଲା । ପୂର୍ବରୁ ମଧ୍ୟ ଭାରତକୁ ବ୍ରୋଞ୍ଜ ମିଳିଥିଲା।