ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା

ନୂଆଦିଲ୍ଲୀ,୧୪/୦୯: ବିବାହ ବନ୍ଧନରେ ବାନ୍ଧି ହେବେ ସାଂସଦ ରାଘବ ଚଢା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ସେପ୍ଟେମ୍ବର ୨୪ରେ ରାଜସ୍ଥାନରେ ହେବ ବାହାଘର । ଏବେ ସାମ୍ନାକୁ ଆସିଛି ଏମାନଙ୍କ ବିବାହ ନିମନ୍ତ୍ରଣ ପତ୍ର । ସଂଗୀତ,ମେହେନ୍ଦୀ ଓ ବାହାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭିନ୍ନ ଭିନ୍ନ ନିମନ୍ତ୍ରଣ ପତ୍ର କରାଯାଇଛି । ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ ହାତଗଣତି ଅତିଥି ଓ ସମ୍ପର୍କୀୟ ବାହାଘରର ଆୟୋଜନ କରାଯାଇଛି । ୨୨ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପୂରା ତାଜ ପ୍ୟାଲେସକୁ ବୁକ କରାଯାଇଛି । ସେପ୍ଟେମ୍ବର ୨୪ରେ ବିବାହ ପରେ ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀରେ ଭୋଜି କରାଯିବ । ବିବାହରେ ବହୁ ରାଜନେତା ଓ ବଲିଉଡର ବହୁ ସେଲିବ୍ରେଟି ଯୋଗ ଦେବା ନେଇ ସୂଚନା ରହିଛି।