ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ, ଗୁଆ ଓ ଚାଉଳ ଦେଲେ ନବୀନ

ଭୁବନେଶ୍ୱର,୨୬/୧୨: ଆଉ କେଇଟା ଦିନ ଗଲେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏହି ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ । ନିମନ୍ତ୍ରଣ ରକ୍ଷା କରିବା ସହ ଏହି ଭବ୍ୟ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରକାଶ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି ।

ନିମନ୍ତ୍ରଣ କରିବାକୁ ଯାଇଥିବା ସେବାୟତ କହିଛନ୍ତି, ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସମସ୍ତେ ଜଗନ୍ନାଥପ୍ରେମୀଙ୍କୁ ଯୋଗ ଦେବାକୁ କହିଛନ୍ତି ସେବାୟତ । ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି। ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ସହ ପ୍ରତ୍ୟେକ ଜଗନ୍ନାଥ ଭକ୍ତ ଗୋଟିଏ ଲେଖାଏଁ ଗୁଆ ପଠାନ୍ତୁ । ଜାନୁଆରୀ ୧୭କୁ ବଛାଯାଇଥିବା କହିଛନ୍ତି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ।