ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ଲାଗିବ ପାନିକ୍ ବଟନ୍, ଜାଣନ୍ତୁ କେବେଠୁ?

ଭୁବନେଶ୍ୱର,୯/୪: ଏଣିକି ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ଲାଗିବ ପାନିକ୍ ବଟନ୍ । ଜୁନ୍ ୧ ସୁଦ୍ଧା ସବୁ ଗାଡିରେ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ ହେବ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ । ଉକ୍ତ ଗାଡିର ଡକ୍ୟୁମେଂଟ୍ ନବୀକରଣ ହେବନି କି ଫିଟନେସ୍ ସାର୍ଟିଫିକେଟ୍ ମିଳିବନି । ଗାଡିର ଡ୍ରାଇଭର ସିଟ୍ ଥିବା ଡୋରରେ ଲାଗିବ ପାନିକ୍ ବଟନ୍ । କୌଣସି ଅସୁବିଧା ହେଲେ ଯାତ୍ରୀ ଉକ୍ତ ବଟନ୍ ଦବାଇଲେ ସାଇରନ ବାଜିବ । ଯାହା ପୁଲିସ କମାଣ୍ଡ କଂଟ୍ରୋଲ ସେଂଟରେ ଥିବା କମ୍ପ୍ୟୁଟରରେ ଦେଖାଇବ । ଫଳରେ ପୁଲିସ ଗାଡିକୁ ଟ୍ରାକ କରି ଘଟଣା ସ୍ଥଳରେ ତୁରନ୍ତ ପହଂଚିପାରିବ । ଯାତ୍ରୀବାହୀ ଗାଡିରେ ଅସଦାଚରଣ, ଚୋରି, ଅପହରଣ ଭଳି ଘଟଣା ଦେଖିବାକୁ ମଳୁଥିବାରୁ ଏହି ନିୟମ କଡାକଡି କରିଛି ରାଜ୍ୟ ପରିବହନ ବିଭାଗ । ଏନେଇ ପରିବହନ ବିଭାଗ ସୂତ୍ରରୁ ସୂଚନା ମିଳିଛି ।