ଆଜିଠୁ ପଞ୍ଚୁକ ଆରମ୍ଭ, ଲାଗିଛି ଭକ୍ତଙ୍କ ଭିଡ଼

ପୁରୀ,୪/୧୧: ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରୁଛନ୍ତି। ଏଣେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପଞ୍ଚୁକର ପ୍ରଥମ ଦିନ ବଡ଼ ଏକାଦଶୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ପଞ୍ଚୁକର ଏହି ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ଭାବେ ବିବେଚନା କରାଯାଏ। ସେପଟେ ଶ୍ରୀଜିଉ ବି ଏହି ୫ ଦିନ ୫ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏ ଦୃଷ୍ଟିରୁ ଲାିଗେ। କୋଭିଡ୍‌ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିଲେ। କିନ୍ତୁ ଚଳିତବର୍ଷ ପଞ୍ଚୁକରେ କୋଭିଡ୍‌ଜନିତ କଟକଣା ନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।