ପଞ୍ଚାୟତ ନିର୍ବାଚନ: ସାରା ରାଜ୍ୟରେ ନାମାଙ୍କନ ଭରିଲେ ୨ ଲକ୍ଷ ୨୯ ହଜାର ୬୨ ପ୍ରାର୍ଥୀ

ଭୁବନେଶ୍ୱର, ୨୨/୧:ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ନିର୍ବାଚନ ମାହୋଲ ସରଗରମ ରହିଛି। ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ସାରା ରାଜ୍ୟରେ ନାମାଙ୍କନ କଲେ ମୋଟ ୨ ଲକ୍ଷ ୨୯ ହଜାର ୬୨ ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ପାଇଁ ଲକ୍ଷ ୬୨,୨୯୭, ସରପଞ୍ଚ ପଦବୀ ପାଇଁ ୩୪,୬୧୩ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ସେହିପରି ସମିତି ସଭ୍ୟ ପଦବୀ ପାଇଁ ୨୮,୧୫୩ ପ୍ରାର୍ଥୀ ଓ
ଜିଲ୍ଲା ପରିଷଦ ପଦବୀ ପାଇଁ ୩୯୯୯ ପ୍ରାର୍ଥୀ ନାମାଙ୍କନ କରିଛନ୍ତି।