ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ନିର୍ବାଚନୀ ଚିହ୍ନ

ଭୁବନେଶ୍ୱର, ୩୦/୧୨: ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ।ଏହାସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ନିର୍ବାଚନୀ ଚିହ୍ନ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ସରପଞ୍ଚ ପାଇଁ ୩୨, ସମିତି ସଭ୍ୟଙ୍କ ପାଇଁ ୧୯ ଏବଂ ୱାର୍ଡମେମ୍ବରଙ୍କ ପାଇଁ ୧୫ଟି ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସେହିିିପରି ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ଜାରି କରିଥିବା ବେଳେ ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି। ଓଡ଼ିଆ ଆଲଫାବେଟିକାଲି ଅନୁସାରେ ଚିହ୍ନ ପ୍ରଦାନ କରାଯିବ। ନିର୍ବାଚନ ସମୟରେ ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ମଧ୍ୟ ଜାରି କରାଯିବ ।