ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ

ଭୁବନେଶ୍ୱର, ୧୬/୧୧: ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବ। ସରପଞ୍ଚ ପଦ ପାଇଁ ୩ ହଜାର ୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯିବ।ପଛୁଆ ବର୍ଗଙ୍କ ପାଇଁ ୭୭୮ ସରପଞ୍ଚ ଆସନ ସଂରକ୍ଷିତ ରଖାଯାଇଥିବା ବେଳେ ୬୭୯୩ ସମିତି ସଭ୍ୟରେ ୩ ହଜାର ୫୩୮ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୨୦୧୭ରେ ୬୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା। କିନ୍ତୁ ଚଳିତଥର ୭ଟି ପଞ୍ଚାୟତ NACରେ ମିଶିଥିବାରୁ ସେହିଠାରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ। ରାଜ୍ୟ ନିର୍ବାଚନ କମିଶନ ସଚିବ ଏନେଇ ସୂଚନା ଦେଇଛନ୍ତି।