ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ରାଜ୍ୟର ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଭୁବନେଶ୍ୱର, ୮/୧୧: ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ରାଜ୍ୟର ପୂର୍ଣ୍ଣାଙ୍ଗ ଭୋଟର ତାଲିକା । ୨୯ ଜିଲ୍ଲା ପାଇଁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି। ରେମୁଣା NAC ଗଠନ ପ୍ରସ୍ତାବ ଥିବାରୁ ବାଲେଶ୍ବର ବାଦ୍‌ ପଡ଼ିଛି । ପଞ୍ଚାୟତ ସ୍ତରରେ ନଭେମ୍ବର ୧୬ରୁ ୨୩ ଯାଏ ଆବେଦନ କରାଯିବ ବୋଲି ସୂଚନା ରହିଛି।